Latest Odisha News

BREAKING NEWS

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲା ନାହିଁ ’ଲାଲ ସଲାମ’; ଜାଣନ୍ତୁ କେତେ କରିଛି ରୋଜଗାର

ନୂଆଦିଲ୍ଲୀ: ଆଠ ବର୍ଷର ବିରତି ପରେ ପୁଣି ବି ଟାଉନକୁ କ୍ୟମବ୍ୟାକ୍ କରିଛନ୍ତି ଐାଶ୍ୱର୍ଯ୍ୟା ରଜନୀକାନ୍ତ। ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ’ଲାଲ ସଲାମ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେବାର ୮ ଦିନ ବିତି ଯାଇଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ପାରି ନାହିଁ । ଏଥିସହ ଏହି ଫିଲ୍ମ ଭଲ ରୋଜଗାର କରିପାରି ନାହିଁ ।

ଫେବୃଆରୀ ୯ ତାରିଖରେ ଫିଲ୍ମ ’ଲାଲ ସଲାମ’ ରିଲିଜ ହୋଇଥିଲା । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନାହିଁ । ପ୍ରଥମ ଦିନରେ ଏହି ୩.୫୫ କୋଟି କୋଟି ଟଙ୍କା ରୋଜଗାର କରିଥିଲା । ଦ୍ୱତୀୟ ଦିନରେ ୩.୨୫ କୋଟି,  ତୃତୀୟ ଦିନରେ ୩.୧୫ କୋଟି, ଚତୁର୍ଥ ଦିନରେ ୧.୫୫ କୋଟି, ପଞ୍ଚମ ଦିନରେ ୧.୪୫ କୋଟି, ଷଷ୍ଠ ଦିନରେ ୧.୨୧ କୋଟି, ସପ୍ତମ ଦିନରେ ୦.୯୨ କୋଟି, ଅଷ୍ଟମ ଦିନରେ ୨୭ ଲକ୍ଷ ଟଙ୍କା ରୋଜଗାର କରିଛି ।’ଲାଲ ସଲାମ’ ୮ ଦିନ ମଧ୍ୟରେ  ୧୫.୩୫ କୋଟି ଟଙ୍କା ବକ୍ସ ଅଫିସରେ ରୋଜଗାର କରି ପାରିଛି ।

ଏହି ଫିଲ୍ମ ସ୍ପୋର୍ଟସ ଡ୍ରାମା ଉପରେ ଆଧାରିତ । ଯାହା  ଧାର୍ମିକ ସମନ୍ୱୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି । ଲାଇକା ପ୍ରଡକ୍ସନ ଦ୍ୱାରା  ନିର୍ମିତ ଏହି ଫିଲ୍ମ  ବିଷ୍ଣୁ ବିଶାଲ, ବିକ୍ରମ ଏବଂ ସୁପରଷ୍ଟାର ରଜନୀକାନ୍ତ  ବ୍ୟତୀତ ରବିକୁମାର , ଥାମ୍ୱି ରାମାୟା ଓ ବିବେକ ପ୍ରସନ୍ନ  ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଏହି ଫିଲ୍ମରେ  କ୍ରିକେଟର କପିଲ ଦେବଙ୍କୁ ଦେଖିବାକୁ ମିଳିଛି ।

Comments are closed.