Latest Odisha News

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିନି ସୁଧାର, କିଡନୀ ସହ ଫୁସଫୁସରେ ବି ସଂକ୍ରମଣ

ନୂଆଦିଲ୍ଲୀ: ଆରଡେଜି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଏବେ ଯାଏ ସୁଧାର ଆସିନାହିଁ । ସୂତ୍ର ଅନୁସାରେ ଲାଲୁଙ୍କୁ ନିଶ୍ୱାସ ନେବାରେ ଏବେବି ଅସୁବିଧା ହେଉଛି । ରାଞ୍ଚି ରିମ୍ସରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି ।

ରବିବାର ରାତିରେ ଡକ୍ଟର ରାକେଶ ଯାଦବ ଓ ତାଙ୍କ ଟିମ୍ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ତେବେ, ଲାଲୁଙ୍କ କିଡନୀ ଓ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ଡକ୍ଟର ପ୍ରଥମେ ଏଥିପ୍ରତି ଧ୍ୟାନ ଦେଉଛନ୍ତି । ଲାଲୁଙ୍କୁ ନିମୋନିଆ ହୋଇଥିବାରୁ ତାର ଚିକିତ୍ସା ଚାଲିଛି । ପୂର୍ବରୁ ଲାଲୁଙ୍କ ବାଇପାସ୍ ସର୍ଜରୀ ହୋଇଥିଲା ।

ଫୁସଫୁସରେ ହୋଇଥିବା ସଂକ୍ରମଣ ଲମ୍ବା ସମୟ ଧରି ରହିଲେ ଏହାର ପ୍ରଭାବ ହାର୍ଟ ଉପରେ ପଡ଼ିବା ନେଇ ଡକ୍ଟର ଚିନ୍ତିତ ଅଛନ୍ତି । ପୂର୍ବରୁ ଲାଲୁ ଯାଦବଙ୍କ କିଡନୀ ଖରାପ ଥିବାବେଳେ ମାତ୍ର ୨୫ ପ୍ରତିଶତ କାମ କରୁଛି । ଏଥିସହ ଲାଲୁ ଅନ୍ୟ କେତେକ ରୋଗରେ ବି ଆକ୍ରାନ୍ତ ଅଛନ୍ତି ।

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ଲାଲୁଙ୍କ ଖବର ଜାଣିବା ପାଇଁ ଆରଜେଡିର ନେତା ଓ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଏମ୍ସରେ ପହଞ୍ଚୁଛନ୍ତି । ଏମ୍ସରେ ଏଭଳି ଭିଡ଼କୁ ଦେଖି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ହସ୍ପିଟାଲରେ ଭିଡ଼ ନକରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ହସ୍ପିଟାଲ ନଆସି ଯେଉଁଠି ଥିଲେ ବି ଲାଲୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବାକୁ କହିଛନ୍ତି ।

Leave A Reply

Your email address will not be published.