Latest Odisha News

ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ୍, ୬ ଜିଲ୍ଲାରେ ଶୂନ

ଭୁବନେଶ୍ୱର: ଟିକାକରଣ ଭିତରେ ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ଟି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରେ ଏହି ସଂଖ୍ୟା ରହିଛି ୧୪ । ବାକି ୨୨ ଜିଲ୍ଲାରୁ ୧୦ରୁ କମ୍ ଲେଖାଏ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୬ଟି ଜିଲ୍ଲା ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନୟାଗଡ଼, ମାଲକାନଗିରି ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କୋରନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୪୩୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୧ହଜାର୧୪୪ ଆକ୍ରାନ୍ତ । ଏବେ ରାଜ୍ୟରେ ୧୩ଶହ ୨୭ଟି କରୋନା ଆକ୍ଟିଭ୍ କେସ ରହିଛି ।

Leave A Reply

Your email address will not be published.