ରାଞ୍ଚି : ପୁଣି ନିରାଶ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । କାରଣ ଲାଲୁଙ୍କୁ ଏଥର ବି ମିଳିଲାନି ଜାମିନ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଛି । କିନ୍ତୁ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି । ଖରାପ ସ୍ବାସ୍ଥ୍ୟ ଓ ଅଧାରୁ ଅଧିକ ସମୟ ଜେଲଦଣ୍ଡ କାଟିସାରିଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ହେଲେ ସିବିଆଇ ପକ୍ଷ ରଖି କହିଛି ୭ ବର୍ଷ ପାଇଁ ଲାଲୁଙ୍କୁ ସଜା ହୋଇଛି। ତେଣୁ ସେ ସମ୍ପୂର୍ଣ୍ଣ ଭାବରେ ସଜା କାଟିବା ଦରକାର। ଆଜି ଜାମିନ ଆବେଦନ ଖାରଜ ହେବା ପରେ ଆଉ ୬୦ ଦିନ ପରେ ପୁଣି ଜାମିନ ପାଇଁ ଆବେଦନ କରିପାରିବେ ଲାଲୁ ।
Comments are closed.