Latest Odisha News

BREAKING NEWS

‘ଦେବଘର କୋଷାଗାର ମାମଲା’ରେ ଲାଲୁଙ୍କୁ ମିଳିଲା ଜାମିନ

ପାଟନା: ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଶୁକ୍ରବାର ଦିନ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ସାଢ଼େ ତିନି ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା ।

ପୂର୍ବରୁ ଅନେକ ଥର ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଆସୁଥିଲେ ।

ତେବେ ଜେଲରେ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ଏନେଇ ଶୁକ୍ରବାର ଦିନ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରି ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନା ଲାଗଇ ଏହି ଜାମିନ ପ୍ରଦାନ କରିଛନ୍ତି।

ଦେବଘର କୋଷାଗାର ମାମଲାରେ ଜାମିନ ମିଳିବା ପରେ ମଧ୍ୟ ଲାଲୁ ପ୍ରସାଦ ଯାଦବ ଜେଲରୁ ବାହାରି ପାରିବେ ନାହିଁ। ଜେଲରୁ ବାହାରିବା ପାଇଁ ତାଙ୍କୁ ଅନ୍ୟ ଦୁଇଟି (ଚାଇବାସା ଓ ଦୁମକା) ମାମଲାରେ ଜାମିନ ମିଳିବା ଦରକାର।

Comments are closed.