Latest Odisha News

BREAKING NEWS

ଅକ୍ଟୋବର ପ୍ରଥମ ସପ୍ତାହରେ 5G ସେବା ଆରମ୍ଭ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧ରୁ ୪ ତାରିଖ ଯାଏ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ଅନୁଷ୍ଠିତ ହେବ । ଏହି ଅବସରରେ ପିଏମ୍ ମୋଦି 5G ସେବାର ଶୁଭାରମ୍ଭ କରିବେ ।

ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, କମ୍ ସମୟ ମଧ୍ୟରେ ଦେଶରେ ୮୦ ପ୍ରତିଶତ ଅଞ୍ଚଳରେ 5G ସେବା କଭରେଜ୍ ପାଇଁ ଲକ୍ଷ୍ୟ ରଖା ଯାଇଛି । ଅନେକ ଦେଶ 5G ସେବାକୁ ୪୦ରୁ ୫୦ ପ୍ରତିଶତ ଅଞ୍ଚଳରେ ଉପଲବ୍ଧ କରାଇବା ଲାଗି ବହୁବର୍ଷ ନେଇଛନ୍ତି । କିନ୍ତୁ ଆମେ ଉତ୍ସାହର ସହ ସ୍ୱଳ୍ପ ସମୟ ମଧ୍ୟରେ ୮୦ ପ୍ରତିଶତ ଅଞ୍ଚଳରେ 5G ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

PM Modi To Launch 5G Services In First Week Of October

Leave A Reply

Your email address will not be published.