Latest Odisha News

BREAKING NEWS

IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମେତ ପତ୍ନୀ ରାବଡ଼ି ଦେବୀ ଓ ଝିଅଙ୍କୁ ସମନ କଲେ କୋର୍ଟ

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ସମନ କଲେ ଦିଲ୍ଲୀର ରୋଉଜ୍ ଏଭିନ୍ୟୁ କୋର୍ଟ। ଭାରତୀୟ ରେଳବାଇ କ୍ୟାଟେରିଂ ଏବଂ ଟୁରିଜିମ୍ କରପୋରେସନ(IRCTC) ଦୁର୍ନୀତି ଅଭିଯୋଗରେ ଏହି ସମନ କରାଯାଇଛି।

ଏଥିରେ ଜମି ନେଇ ରେଳବାଇରେ ଚାକିରି ଦେବା ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିଲ୍ଲୀ କୋର୍ଟ ୧୪ ଅଭିଯୁକ୍ତଙ୍କୁ ସମନ କରିଛନ୍ତି। ଏଥିରେ ଲାଲୁଙ୍କ ବଡ଼ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ମଧ୍ୟ ସମନ କରାଯାଇଛି। ମାର୍ଚ୍ଚ ୧୫ ତାରିଖରେ ସେମାନଙ୍କ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସିବିଆଇ ଚାର୍ଜଶିଟ୍ ଦାଖଲ କରିବା ପରେ କୋର୍ଟ ଏହି ସମନ କରିଛନ୍ତି।

ସୂଚନା ଥାଉକି କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଲାଲୁଙ୍କ ବିରୋଧରେ ଲ୍ୟାଣ୍ଡ ଫର ଜବ୍(ଚାକିରି ପାଇଁ ଜମି) ଦୁର୍ନୀତିରେ ଲାଲୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସିବିଆଇ ଚାର୍ଜଶିଟ୍‌ରେ ୧୫ ଜଣ ଅଭିଯୁକ୍ତଙ୍କ ନାଁ ରହିଛି।

ଲାଣ୍ଡ ଫର୍ ଜବ ସ୍କାମ କଣ ?

ଏହି ଦୁର୍ନୀତିରେ ଲାଲୁଙ୍କ ପରିବାର ଉପରେ ରେଳବାଇରେ ଚାକିରେ ଦେବା ବଦଳରେ ଜମି ହଡ଼ପ କରିବା ଅଭିଯୋଗ ଲଗାଯାଇଛି। ଲାଲୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିବିଆଇ ୨୦୨୨ ମେ  ମାସରେ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ସହ ମୋଟ ୧୬ ଜଣଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗରେ ମାମଲା ରୁଜୁ କରିଥିଲା। ଏଥିରେ ଚାକିରି ବଦଳରେ କମ୍ ଦାମରେ ଜମି ଦେଇଥିବା କିଛି ଅଭିଯୁକ୍ତ ବି ସାମିଲ୍ ଥିଲେ।

ଏହି ଘଟଣାରେ ସିବିଆଇ ଲାଲୁଙ୍କ  ବ୍ୟତୀତ ତାଙ୍କର ପତ୍ନୀ ରାବଡ଼ୀ ଦେବି ଓ ଦୁଇ ଝିଅ ମିସା ଭାରତୀ ଓ ହେମା ଯାଦବଙ୍କର ସମେତ ୧୭ ପରିବାର ସଦସ୍ୟଙ୍କ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଏହି ଘଟଣାରେ ସିବିଆଇ ଗତ ଶୁକ୍ରବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ ସ୍ୱତନ୍ତ୍ର କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ଗୀତାଞ୍ଜଳି ଗୋୟଲଙ୍କ ପାଖରେ ଚାର୍ଜଶିଟ୍ ଦାଖଲ କରିଛି। ତେବେ ବିଚାରପିତ ଛୁଟିରେ ଥିବାରୁ ଚାର୍ଜଶିଟ୍‌ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ।

ସିବିଆଇର ସୂଚନା ଅନୁସାରେ ଏହି ପୂରା ମାମଲାରେ ଲାଲୁ ୧.୨୫ ଲାକ୍ଷ ସ୍କୋୟାର ଫିଟ୍‌ ଜମି ଅଧିଗ୍ରହଣ କରିଛନ୍ତି। ଜମି ନେଣଦେଣର ଏହି ପ୍ରକ୍ରିୟା ସେଲ୍ ଡିଡ୍‌ ଓ ଗିଫ୍ଟ ଡିଡ୍‌ ମାଧ୍ୟମରେ ହୋଇଛି ବୋଲି ସିବିଆଇ ଅଭିଯୋଗ କରିଛି।

Comments are closed.