Latest Odisha News

BREAKING NEWS

ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର…

ପାଟନା: ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ । ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଛି । ରକ୍ତରେ ଶର୍କରା ବୃଦ୍ଧି ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯେଉଁ କାରଣରୁ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଛନ୍ତି । ସମ୍ଭବତଃ ସେ ସେ ଖୁବଶୀଘ୍ର ଦିଲ୍ଲୀ ପାଇଁ ବାହାରିପାରନ୍ତି । ତେବେ ଏବେ ସେ ପାଟନା ସ୍ଥିତ ଘରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଲାଲୁ ଯାଦବ ଗତ ଦୁଇ ଦିନ ଧରି ରକ୍ତରେ ଶର୍କରା ବୃଦ୍ଧି ସମସ୍ୟା ତଥା ହାଇ ଶୁଗାର ସହ ସଂଘର୍ଷ କରୁଥିଲେ । ବୁଧବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯିବାରୁ ତାଙ୍କୁ ପାଟଣାର ରାବ୍ରି ବାସଭବନରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ଚିକିତ୍ସିତ କରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ନେଇ ନିରନ୍ତର ନଜର ରହିଛି । ହେଲେ ଅବସ୍ଥା ଧିରେ ଧିରେ ବଢୁଥିବା ହେତୁ ତାଙ୍କୁ ଶୀଘ୍ର ଦିଲ୍ଲୀ ପଠାଯାଇପାରେ ।

ତେବେ ପୂର୍ବରୁ ମଧ୍ୟ ଲାଲୁଙ୍କର ଅନେକ ଥର ସ୍ବାସ୍ଥ ବିଗିଡିଛି । ଅନେକ ଅସ୍ତ୍ରୋପଚାର କରିଛନ୍ତି ଲାଲୁ  । ୨୦୨୨ ମସିହାରେ ସିଙ୍ଗାପୁରରେ ଲାଲୁ ପ୍ରସାଦ ଯାଦବଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା । ଯେଉଁଥିରେ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ ଦାନ କରିଥିଲେ । ପରବର୍ତ୍ତୀ ସମୟରେ, ସେପ୍ଟେମ୍ବର ୨୦୨୪ରେ ମୁମ୍ବାଇରେ ଆଞ୍ଜିଓପ୍ଲାଷ୍ଟି କରିଥିଲେ, ଯେଉଁଥିରେ ଏକ ଷ୍ଟେଣ୍ଟ  ଲଗାଯାଇଥିଲା । ଏହାପୂର୍ବରୁ ୨୦୧୪ରେ ତାଙ୍କର ଓପନ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା । ଏଥିସହିତ ତାଙ୍କ ବୟସ ମଧ୍ୟ ଅଧିକ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅନକେ ସମୟରେ ଖରାପ ରହୁଛି ।  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ରାଜନୀତିରେ ସକ୍ରିୟ ରହିଛନ୍ତି ।

Comments are closed.