Latest Odisha News

BREAKING NEWS

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା; ଦିଲ୍ଲୀ ଏମ୍ସକୁ ହୋଇପାରନ୍ତି ସ୍ଥାନାନ୍ତରିତ

ପାଟନା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି। ଏଭଳି ସମୟରେ ତାଙ୍କୁ ଦିଲ୍ଲୀର ଅଲ-ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ସ୍ଥାନାନ୍ତରିତ କରାଯାଇପାରେ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ଲାଲୁଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା ବେଳେ ସେ ରାଞ୍ଚିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ରାଞ୍ଚି ଜେଲରେ ଥିବା ଏକ ମେଡିକାଲ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଦିଲ୍ଲୀର ଏମ୍ସକୁ ସ୍ଥାନାନ୍ତର କରାଯାଇପାରିବ। ତେବେ ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ହେଲେ ଜେଲ ପ୍ରଶାସନକୁ ନିମ୍ନ ଅଦାଲତରୁ ଅନୁମତି ନେବାକୁ ପଡ଼ିବ।

ଏସଂପର୍କରେ ଲାଲୁଙ୍କ ପୁଅ ତେଜସ୍ୱୀ କହିଛନ୍ତି ଯେ ସେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ପିତାଙ୍କ ଭଲ ଚିକିତ୍ସା ପାଇଁ କଥା ହେବେ।

Comments are closed.