ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡ୍ରା ମୌଜାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ଦୀର୍ଘଦିନ ଧରି 2 ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛିଡ଼ା କରିଥିଲେ ତେବେ ଆଜି (ସୋମବାର) ବିଡିଏର ମିଳିତକାରୀ ଟିମ ପକ୍ଷରୁ ଉଚ୍ଛେଦ କରାଯାଇଛି ।
ପାଣ୍ଡ୍ରା ମୌଜାର ଅନ୍ତର୍ଗତ ପ୍ଲଟ ନମ୍ବର 3877, 3878, 3879, 3880, 3885, 3886 ଓ 3999ରେ 2 ଏକର 600 ଡିସିମିଲ ଜମି ସାଧାରଣ ପ୍ରାଶସନ ବିଭାଗ ଅଧୀନରେ ରହିଛି । ଏହି ସରକାରୀ ପ୍ଲଟ ଉପରେ କିଛି ବ୍ୟକ୍ତି ଜୋର ଜବରଦସ୍ତ ବେଆଇନ ଭାବେ ଘର ତିଆରି ଭଡ଼ା ସୂତ୍ରରେ ଦେଉଥିଲେ । ସୋମବାର ପୂର୍ବାହ୍ଣରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ 1, 2, 3, 4, 5 ଓ 6 ପଞ୍ଚିଥିଲା ଏହାକୁ ଉଚ୍ଛେଦ କରିବାକୁ ।
ଏହି ଉଚ୍ଛେଦରେ 300 ବର୍ଗ ଫୁଟର ପାଚେରୀ, 9ଟି ଆଜବେଷ୍ଟର୍ସ ଘର, ଦୁଇଟି ଶୌଚାଳୟ, 5ଟି ଲୁହା ଗେଟ୍, ଗୋଟିଏ ଟିଣ ଘରର ସଂପ୍ରାସରଣ ଅଂଶ, 5ଟି ଟିଣ ନିର୍ମିତ ଘର, 3ଟି ଛାତ ଘର ଏବଂ 100 ବର୍ଗଫୁଟର ବାଉଁଶ ନିର୍ମିତ ବାଡ଼କୁ ମାଟିରେ ମିଶାଇ ଦିଆଯାଇଛି ପ୍ରାୟ 200 ଡିସିମିଲ ଜମିରୁ ଉଚ୍ଛେଦ ହୋଇଥିବା ବେଳେ ବାକି ଜମିରୁ ଆସନ୍ତାକାଲି(ମଙ୍ଗଳବାର) ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି । ଏହି ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଏବଂ ଜିଏର ଆରଆଇ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.