Latest Odisha News

ରାସ୍ତାକଡର ବିଷାକ୍ତ ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡା: ରାସ୍ତାକଡର ଅମରି ଜଡ଼ା ଫଳ ଖାଇ ଦଶ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ରାୟଗଡା ଜିଲ୍ଲା କୋଲନରା ବ୍ଲକର ବରିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଜଙ୍ଗଲୀ ଫଳକୁ ଖାଇ ଅସୁସ୍ଥ ହୋଇଛନ୍ତି ।
ଶିଶୁ ମାନଙ୍କ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ ସମସ୍ତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଥାଉକି, ବିଦ୍ୟାଳୟ ଛୁଟି ହେବା ପରେ ଛାତ୍ର ଛାତ୍ରୀମାନେ ଘରକୁ ଫେରିବା ସମୟରେ ଏହି ଜଙ୍ଗଲୀ ଫଳକୁ ଖାଇ ଦେଇଥିଲେ । ଖାଇବାର ଅଳ୍ପ ସମୟ ମଧ୍ୟରେ ପିଲାଙ୍କ ଭିତରେ ପେଟ ଯନ୍ତ୍ରଣା ସହ ବାନ୍ତି ହେବା ଆରମ୍ଭ ହୋଇଥିଲା । ଅସୁସ୍ଥ ୧୦ ଛାତ୍ରଛାତ୍ରୀ ୧ମ ରୁ ୫ମ ଶ୍ରେଣୀର ହୋଇଥିବା ଜଣାପଡିଛି । ପିଲାମାନେ ଅସୁସ୍ଥ ହେବାରୁ ସେମାନଙ୍କୁ ପରିବାରବର୍ଗ ଡାକ୍ତରଖାନାକୁ ଆଣିଥିଲେ।

ତେବେ ଶିଶୁମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି।

Comments are closed.