ଭୁବନେଶ୍ୱର; ରାଜଧାନୀରେ ସରକାରଙ୍କୁ ଦୁଇଥର ଜମି ବିକି ଲୁଟିଛନ୍ତି ଜମି ମାଲିକ୍। ସାମିଲ ଅଛନ୍ତି ସରକାରୀ ବାବୁ। ଜମି କିଣାପରେ ଖାତାପତ୍ର ହୋଇ ପାରିବାରୁ ଗୋଟିଏ ଜମିକୁ ବାରମ୍ବାର ମାଲିକ ଠାରୁ କିଣିଛନ୍ତି ସରକାର। ଏବେ ଏହି ମାମଲାରେ ଖୋଳତାଡ଼ ଆରମ୍ଭ ହୋଇଛି।
ସ୍ୱରେଜ ପ୍ରକଳ୍ପ ଓ ରାସ୍ତା ତିଆରି ପାଇଁ ଘରୋଇ ଜମିକୁ ସରକାର ଦୁଇ ଥର କିଣିବା ପ୍ରସଙ୍ଗରେ ତନାଘନା ଆରମ୍ଭ ହୋଇଛି। ସ୍ୱରେଜ ପାଇଁ ଜମି ଅଧିଗ୍ରହଣ ପରେ ରେକର୍ଡ ସଂଶୋଧନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱର ତହସଲିକୁ ଲେଖିଥିବା ଚିଠି ଏବେ ଖୋଜା ପଡ଼ିଛି।
କେଉଁ ପରିସ୍ଥିତିରେ ସେଟେଲମେଣ୍ଟ ହେବା ସମୟରେ ରେକର୍ଡ ସଂଶୋଧନ ହୋଇ ନାହିଁ ସେ ନେଇ ଅଧିକାରୀମାନେ ଖୋଳତାଡ଼ କରିବା ଆରମ୍ଭ କରିଦେଇଛନ୍ତି। ଗୋଟେ ଜମି ବାବଦକୁ ସରକାର ଦୁଇଥର କ୍ଷତିପୂରଣ ଦେଇସାରିଥିବା ବେଳେ ଉକ୍ତ ଜମିରେ କାଗଜପତ୍ର କାମ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ କି ତାହା ସରକାର ମାଲିକାନାକୁ ଆସିପାରିଲା ନାହିଁ। ପୂର୍ବରୁ ଦୁଇଥର ଜମି କଣି ସାରିଥିବା ବେଳେ ଏଭେ ପୁଣିଥରେ ଜମି ବିକାକିଣା ହେବାର ସୁଯୋଗ ରହିଛି।
ଏହି ଘଟଣାର ଖୋଳତାଡ଼ ପରେ ଆଉ ଏକ ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସରକାର ଜମି ଅଧିକାରୀ କରିବା ପରେ ଉର୍ମିଳା ଗନ୍ତାୟତଙ୍କୁ ଅନ୍ୟତ୍ର ଜମି ମିଳିଥିଲା। କିନ୍ତୁ ଖାତା ସଂଶୋଧନ ନ କରିବାରୁ ଏହି କିଣାବିକା ହୋଇପାରି ନଥିଲା। ଏଥିପାଇଁ ସରକାର ଦୁଇଥର କ୍ଷତିପୂରଣ ଦେଇଥିଲେ। ଏବେ ଏହି ଜମି ମାଲିକାନାକୁ ନେଇ ବିବାଦ ଉଠିଛି।
ବରମୁଣ୍ଡାର କ୍ଷେତ୍ରବାସୀ ଖଟୁଆ ଏହି ଜମିର ମାଲିକ ବୋଲି ଦାବି କରିଛନ୍ତି। ଯେଉଁମାନେ କ୍ଷତିପୂରଣ ପାଇଛନ୍ତି ସେମାନେ ବେଆଇନ ଭାବରେ ପାଇଛନ୍ତି। ତେଣୁ ସରକାର ସମସ୍ତ କ୍ଷତିପୂରଣ ଫେରାଇ କ୍ଷେତ୍ରବାସୀଙ୍କୁ ପ୍ରଦାନ କରିବାକୁ ସେ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଯଦି ତାଙ୍କ ଦାବି ସତ ହୁଏ ବା କୋର୍ଟଙ୍କ ରାୟ କ୍ଷେତ୍ରବାସୀଙ୍କ ପକ୍ଷରେ ଯାଏ, ତେବେ ତତ୍କାଳୀନ ସରକାର ବାବୁମାନେ ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିଛି।
କେବଳ ଏହି ଗୋଟିଏ ଘଟଣା ନୁହେଁ,ସେହିଭଲି ଆଉ ଏକ ଘଟଣା ମଧ୍ୟ ବରମୁଣ୍ଡାରେ ଘଟିଛି। ଏଠାରେ ଏକ ଜମିକୁ ସରକାର ସ୍ୱରେଜ ପ୍ରକଳ୍ପ ପାଇଁ ଥରେ କିଣିଥିଲେ। ଏବେ ରାସ୍ତାକାମ ପାଇଁ ଆଉଥରେ ମାଲିକକୁ ପଇଶା ଦେଇ କିଣିଛନ୍ତି। ଏଥିରେ ଉଭୟ ଜମି ମାଲିକ ଓ ସରାକରୀ ବାବୁମାନ ମିଶି ସରକାରଙ୍କୁ ଚୂନ ଲଗାଇଥିବା ଅଭିଯୋଗ ହୋଇଛି।
ତତ୍କାଳୀନ ସିରିପୁର ମୌଜା(ବର୍ତ୍ତମାନର ବରମୁଣ୍ଡା) ସରକାର ୧୯୭୩ ମସିହାରେ ସ୍ୱରେଜ ପ୍ରକଳ୍ପ ପାଇଁ ୧୭୩ ଡିସିମିଲ ଜମି ଅଧିଗ୍ରହଣ କରିଥିଲେ। ଏଥିରେ ଖାତା ନମ୍ବର ୫୯ରେ ୪୦ ଡିସିମିଲ ଓ ଖାତ ନମ୍ବର ୪୦ରେ ୪୩ ଡିସିମିଲ ଯଥାକ୍ରମ ସୁଧାକର ଦାସ ଓ ହୃଦାନନ୍ଦ ଦାସ ଦୁଇ ଭାଇଙ୍କ ନାଁରେ ରହିଥିଲା। ସେତେବେଳର ଜମି ଦର ହିସାବରେ ଉଭୟ ଭାଇଙ୍କୁ କ୍ଷତିପୂରଣ ଦେଇଥିଲେ ତ୍ତକାଳୀନ ସରକାର। ହେଲେ ଏଠିବି ସମାନ ପରିସ୍ଥିତି ଉପୁଜିଥିଲା। ଜମି ସରକାର କିଣିବା ପରେ ସରକାରୀ ଖାତାରେ ରେକର୍ଡ ସଂଶୋଧନ ହୋଇ ନପାରିବାରୁ ଏବେ ବି ଜମିର ମାଲିକାନା ଦୁଇ ଭାଇଙ୍କ ନାଁରେ ରହିଛି।
ପୁଣି ୨୦୦୮ ମସିହାରେ ଯେତେବେଳେ ଏଠାରେ ୧୦୦ ଫୁଟିଆ ରାସ୍ତା କରିବା ପାଇଁ ସରକାର ଜମି ଅଧିଗ୍ରହଣ ଆରମ୍ଭ କରିଥିଲେ। ସେତେବେଳେ ସାବିକ୍ ଖାତା ୨୭ରେ ଥିବା ଜମି ହାଲ ଖାତା ୨୧୦ ହୋଇଥିଲା। ଏହି ଖାତାରେ ପ୍ଲଟ ନମ୍ବର ୧୨୩୯/୨୨୫/୩୧୪୬ରୁ ୪୬ ଡିସିମିଲ ପ୍ଲଟ ଜମି ସରକାର ଅଧିଗ୍ରହଣ ଖରିଥିଲେ। ୨୦୧୧ ମସିହାର ଏ ବାବଦରେ କ୍ଷତିପୂରଣ ମିଳିଥିଲା। କିନ୍ତୁ ସେତେବେଳେ ସୁଧାକରଣଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ପତ୍ନୀ ଓ ହୃଦାନନ୍ଦ ୨୧ ଲକ୍ଷ ୬୬ ହଜାର ୫୨୭ ଟଙ୍କା କ୍ଷତିପୂରଣ ପାଇଛନ୍ତି।
ଉପାନ୍ତତ ଅଞ୍ଚଳ କଥା ଛାଡ଼ନ୍ତୁ ଖୋଦ ରାଜଧାନୀରେ ଜମି ଚଞ୍ଚକତା କିଭଳି କରାଯାଉଛି ଏଭଳି ଉଦାହରଣ ହୁଏତ ଭୁବନେଶ୍ୱରରେ ଅନେକ ଥାଇପାରେ। ଉଭୟ ଜମି ମାଲିକମାନେ ସରକାରୀ ବାବୁଙ୍କ ସହ ସଲାସୁତରା କରି ସରକାରଙ୍କୁ ଏମିତି ଚୂନ ଲଗାଇ ଗୋଟିଏ ଜମିକୁ ବାରମ୍ବାର ବିକ୍ରି କରି ଲାଭବାନ ହେଉଛନ୍ତି।
Comments are closed.