Latest Odisha News

BREAKING NEWS

ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ଗୁରୁତର, ବିଷ ଦିଆଯାଇଥିବା ଆଶଙ୍କା

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେଙ୍କୋ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ବିଷ ଦିଆଯାଇଥିବା ଆଶଙ୍କା କରାଯାଉଛି । ବେଲାରୁଷ ବିରୋଧୀ ଦଳ ନେତା ଭାଲେରୀ ସେପକାଲୋଙ୍କ ମତରେ ଉଭୟ ଏକ ବନ୍ଦ ଦ୍ୱାର ଭିତରେ ଆଲୋଚନା କରିଥିଲେ । ଏହା ପରେ ଅସୁସ୍ଥ ଲୁକାଶେଙ୍କୋଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ରକ୍ତ ସଫା କରାଯାଉଥିବା ଜଣାପଡିଛି । ସାଧାରଣତଃ ଶରୀରରେ ବିଷ ମିଶିଲେ ଏହି ପ୍ରକ୍ରିୟା ବ୍ୟବହାର କରାଯାଇଥାଏ । ଅଫିସିଆଲ ଭାବେ ରୁଷ କିମ୍ବା ବେଲାରୁଷ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ଲୁକାଶେଙ୍କୋଙ୍କୁ ପୁଟିନଙ୍କ ଅତି ନିକଟତର ଭାବେ ବିବେଚନା କରାଯାଇଥାଏ । ସେ ରୁଷିଆର ବିଜୟ ଦିବସ ପ୍ୟାରେଡରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଲୁକାଶେଙ୍କୋ ଅବଶ୍ୟ ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି । ନିକଟରେ ଲୁକାଶେଙ୍କୋ କହିଥିଲେ ବେଲାରୁଷ ଏବଂ ରୁଷ ସହଯୋଗୀ ଦେଶଗୁଡିକୁ ଆଣବିକ ଅସ୍ତ୍ର ଦିଆଯିବ । ରୁଷିଆରୁ ବେଲାରୁଷକୁ ଆଣବିକ ଅସ୍ତ୍ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଏହି ଘୋଷଣାନାମା ପରେ ପୁଟିନ ଅସନ୍ତୁଷ୍ଟ ଥିବା ଖବର ପ୍ରକାଶ ପାଇଥିଲା ।

Leave A Reply

Your email address will not be published.