Latest Odisha News

BREAKING NEWS

ସକାଳୁ ସକାଳୁ ଉଠିଲା ପାରଦ; ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର: ଗତକାଲି ତାତି ସାମାନ୍ୟ ଥିବାବେଳେ ଆଜି ପୁଣି ଉପରକୁ ଉଠୁଛି ପାରଦ । ସକାଳୁ ସକାଳୁ ତାତିକୁ ଦେଖିଲେ ଦିନର ତାପମାତ୍ର ଆଜି ବି ଅସହ୍ୟ କରିବ ବୋଲି ଅନୁମାନ କରାଯାଉଛି ।

କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି  ପାଇଥିଲା । ହେଲେ ଆଜି ପୁଣି ତାତି ବଢିବାର ଆଶଙ୍କା ଦେଖା ଦେଇଛି । ସୋମବାର ସକାଳୁ ସକାଳୁ ଅସହ୍ୟ ହେଲାଣି ତାତି । ଆଜି ଦିନ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୨ ଡ଼ିଗ୍ରୀ ତାପମାତ୍ରା  ରହିଛି । ସେହିପରି ରାଜଧାନର ଆଦ୍ରତା ୭୭%  ଥିବା ରେକର୍ଡ କରାଯାଇଛି ।

ଗତକାଲି ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସୁନ୍ଦରଗଡ କିରେଇରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ଥିବାବେଳେ ସମ୍ବଲପୁରରେ ୪୨.୨ ଡିଗ୍ରୀ ଥିଲା ।  ବୌଦ୍ଧରେ ୪୨.୩ ଏବଂ ଝାରସୁୁଗୁଡାରେ ୪୧.୮ ଡିଗ୍ରୀ ଥିବା ଜଣାଯାଇଛି । ଅନ୍ୟପକ୍ଷେ, ସୋନପୁର ଓ ବରଗଡରେ ତାପମାତ୍ରା ୪୧.୫ ଡିଗ୍ରୀଥିବାବେଳେ ସୁନ୍ଦରଗଡରେ ୪୧.୨,  ହୀରାକୁଦରେ ୪୧.୧ ଡିଗ୍ରୀ ସେଲସିଅସ ରହିଛି । ସେହିପରି ଟିଟିଲାଗଡରେ ୪୦.୬ ଏବଂ ଭବାନୀପାଟଣା ଓ ନୂଆପଡାରେ ତାପମାତ୍ରା ଯଥାକ୍ରମେ ୪୦ ଡିଗ୍ରୀ ସେଲସିୟସ ଥିବା ଜଣାଯାଇଛି ।

Leave A Reply

Your email address will not be published.