Latest Odisha News

BREAKING NEWS

ମେଡିକାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ, ଓବିସିଙ୍କୁ ୨୭% ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ୧୦%

ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ କେନ୍ଦ୍ର ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ । ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅନ୍ୟାନ୍ୟ ଅନଗ୍ରସର ଶ୍ରଣୀ ବା ଓବିସିଙ୍କ ନାଇଁ ୨୭ ପ୍ରତିତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ ଠାରୁ ଏହା ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ମେଡିକାଲ ପାଠକ୍ରମ ପାଇଁ ଲାଗୁ ହେବ ।

ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ଏଣିକି ଯେକୌଣସି ମେଡିକାଲ କଲେଜ ପାଇଁ ପ୍ରତିଯୋଗିତା ଭିତ୍ତିରେ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହାର ସୁବିଧା ନେିପାରିବେ । ଏହି ସଂରକ୍ଷଣ ବ୍ୟବସ୍ଥା ଫଳରେ ପାଖାପାଖି ୧୫ ଓବିସି ଛାତ୍ରଛାତ୍ରୀ ଏମବିବିଏସ ଓ ୨୫ ଶହ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ପାଇଁ ସୁବିଧା ପାଇପାରିବେ । ସେହିପରି ଏମବିବିଏସ୍‌ରେ ଆର୍ଥିକ ପଛୁଆ ବର୍ଗର ୫୫୦ ଶିକ୍ଷାର୍ଥୀ ଓ ପିଜି ମେଡିକାଲ ପାଠ୍ୟକ୍ରମରେ ଆର୍ଥିକ ପଛୁଆ ବର୍ଗର ୧୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ ।

ଗତ ୬ ବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା ଶତକଡ଼ା ୫୬ ଭାଗ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ୫୪ ହଜାର ୩୪୮ ମେଡିକାଲ ସିଯ୍ ଥିବା ବେଳେ, ୨୦୨୦ ସୁଦ୍ଧା ଏହା ୮୪ ହଜାର ୬୪୯କୁ ବୃଦ୍ଧି ପାଇଛି । ସେହିପରି ପିଜି ସିଟ୍ ସଂଖ୍ୟାଶତକଡ଼ା ୮୦ ଭାଗ ବୃଦ୍ଧି ପାଇଛି । ୨୦୧୪ରେ ଏହା ୩୦ ହଜାର ୧୯୧ ଥିବା ବେଳେ, ୨୦୨୦ରେ ଏହା ୫୪ ହଜାର ୨୭୫ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ୧୭୯ଟି ମେଡିକାଲ କଲେଜ ସ୍ଥାପିତ ହୋଇଛି । ଦେଶରେ ଏବେ ୨୮୯ଟି ସରକାରୀ ଓ ୨୬୯ଟି ଘରୋଇ ମେଡିକାଲ କଲେଜ ରହିଛି ।

Comments are closed.