Latest Odisha News

ଏଲଓସି ନିକଟରେ ଲାଣ୍ଡମାଇନ୍ ବିସ୍ଫୋରଣ, ୬ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡ ମାଇନ୍ ବ୍ଲାଷ୍ଟ ହୋଇଛି । ଏଥିରେ ଅତି କମରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସମସ୍ତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତ ହୋଇଥିବା ଯବାନ ମାନେ ହଲେ, ହାବିଲଦାର ଏମ୍ ଗୁରୁଙ୍ଗ (୪୧), ହାବିଲଦାର ଜେ ଥପ୍ପା (୪୧), ହାବିଲଦାର ଜଙ୍ଗ ବାହାଦୁର ରାଣା (୪୧), ହାବିଲଦାର ଆର୍ ରାଣା (୩୮), ହାବିଲଦାର ପି ବଦ୍ର ରାଣା (୩୯) ଏବଂ ହାବିଲଦାର ବି ଗୁରୁଙ୍ଗ (୩୮)

ସୂଚନା ଅନୁଯାୟୀ, ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଆକସ୍ମିକ ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣାଟି ଆଜି ସକାଳ ପ୍ରାୟ ୧୦ଟା ୪୫ ସମୟରେ ଘଟିଥିଲା । ଘଟଣାଟି ଘଟିବା ସମୟରେ ୫/୩ ଗୋର୍ଖା ରାଇଫଲ୍ସ (ଜିଆର)ର ଏକ ଦଳ ଖମ୍ବା ଦୁର୍ଗ ନିକଟରେ ପାଟ୍ରୋଲିଂ କରୁଥିଲେ ।

ରିପୋର୍ଟ ଅନୁଯାୟୀ, ଆହତ ଯବାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।

ରିପୋର୍ଟରେ କୁହାଯାଇଛି ଯେ, ଅନୁପ୍ରବେଶ ବିରୋଧୀ ବ୍ୟବସ୍ଥାର ଅଂଶ ସ୍ୱରୂପ ନିୟନ୍ତ୍ରଣ ରେଖା ନିକଟସ୍ଥ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିଛାଯାଇଥାଏ । ଅନେକ ସମୟରେ, ପ୍ରବଳ ବର୍ଷା ଯୋଗୁଁ, ଏହି ଲ୍ୟାଣ୍ଡମାଇନ୍ ଗୁଡିକ ଏପଟ ସେପଟ ହୋଇଯାଏ, ଯାହା ଫଳରେ ଏପରି ଦୁର୍ଘଟଣା ଘଟେ ।

Leave A Reply

Your email address will not be published.