Latest Odisha News

ଗଜପତି ଜିଲ୍ଲା ମୋହନାରେ ଲ୍ୟାଣ୍ଡ୍ ମାଇନ୍ ଜବତ

ଗଜପତି: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ମୋହନାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ଧାରୀରୋଡ଼ର ଏକ କଲର୍ଭଟ୍ ତଳେ ୫୦ କେଜି ଓଜନର ଲ୍ୟାଣ୍ଡ୍ ମାଇନ୍ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି ।

ପ୍ରଥମେ ଏହି ବମଟିକୁ ସିଆରପିଏଫ ଯବାନ ଦେଖିବାକୁ ପାଇଥିଲେ, ଏସମ୍ପର୍କରେ ଜାଣିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାଟିକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଛନ୍ତି ।

ଗଜପତି ଏସପି ସାରା ଶର୍ମା ସୂଚନାଦେଇ କହିଛନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀମାନେ ଏହି ବୋମାକୁ ନିରାପତ୍ତାରକ୍ଷୀଙ୍କ ଉଦ୍ଦେଶ୍ୟରେ ରଖିଥିଲେ ।

Leave A Reply

Your email address will not be published.