Latest Odisha News

BREAKING NEWS

ବିଜେଡ଼ିରେ ମିଶିଲେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବାପରେ ସନ୍ଧ୍ୟାରେ ବିଜୁ ଜନତା ଦଳ (ବିଜେଡ଼ି)ରେ ଯୋଗଦାନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନେକ ବରିଷ୍ଠ ଦଳୀୟ ନେତା ଉପସ୍ଥିତ ରହିଥିଲେ ।

ଇସ୍ତଫା ଦେବା ସମୟରେ ଗଣମାଧ୍ୟମକୁ ସୂଚନାଦେଇ ସୁମିତ୍ରା ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ।

“ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମହିଳା ମାନଙ୍କ ପ୍ରତି ଉଦାସୀନତା ଅସହ୍ୟ ବୋଧ ହୋଇଥିଲା,” ବୋଲି ସୁମିତ୍ରା ଅଭିଯୋଗ କରି କହିଥିଲେ ।

ଶ୍ରୀମତୀ ଜେନା ତାଙ୍କର ଅଭିଯୋଗରେ କହିଥିଲେ, ସେ ୫୨ ଜଣ ମହିଳାଙ୍କ ଏକ ତାଲିକା ଯେଉଁଥିରେ କି ୮ ଜଣ ଲୋକସଭା ଓ ୪୪ ଜଣ ମହିଳାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଚୟନ ହୋଇଥିଲେ । ମାତ୍ର କଂଗ୍ରେସ ଦଳ ପକ୍ଷରୁ ୫ ପ୍ରତିଶତରୁ କମ୍ ମହିଳାଙ୍କୁ ଟିକେଟ ଦେବା ଅନୁଚିତ ହୋଇଛି ।

“ଯେତେବେଳେ ମୁଁ ପଚାରିଲି ଯେ, ଯୋଗ୍ୟ ମହିଳା ପ୍ରାର୍ଥୀ ମାନଙ୍କୁ ନିର୍ବାଚନରେ ଲଢିବାକୁ କାହିଁକି ସୁଯୋଗ ଦିଆଯାଇନାହିଁ, ସେତେବେଳେ ଓପିସିସି ସଭାପତି ମୋ କଥାକୁ ଅବହେଳା କରି କହିଥିଲେ ଯେ, ଦଳ ନିର୍ବାଚନ ଲାଗି ଦୃଢ ପ୍ରାର୍ଥୀ ଚାହେଁ,” ବୋଲି କହିଛନ୍ତି ସୁମିତ୍ରା ।

ଏଠାରେ ସୂଚନାଯୋଗ୍ୟ ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଭଦ୍ରକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶାୟୀ ରହିଥିଲେ ।

Leave A Reply

Your email address will not be published.