Latest Odisha News

୩ଟି ଲ୍ୟାଣ୍ଡମାଇନ ଠାବ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ପେଦ୍ଦଗେଲୁର ଅଞ୍ଚଳରେ ବିସ୍ଫୋରଣ ପୂର୍ବରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯବାନ ।

ଖବର ମୁତାବକ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ନକ୍ସଲ । ସିଆରପିଏଫ ଯବାନଙ୍କ ପକ୍ଷରୁ ପେଦ୍ଦଗେଲୁର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁଥିବାବେଳେ ଏହି ଲ୍ୟାଣ୍ଡମାଇନ ଠାବ ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଂଚି ବୋମାଗୁଡିକକୁ ନିଷ୍କ୍ରିୟ କରିଥିଲେ ।

ଅନେକ ସମୟରେ ନକ୍ସଲ ମାନେ ସୁରକ୍ଷା କର୍ମୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜୁଛନ୍ତି । ଯାହାଦ୍ବାରା ଅନେକ ସମୟରେ ବୋମା ବିସ୍ଫୋରଣ ଘଟି ଅନେକ ଜୀବନ ଯାଉଥିବା ଖବର ରହିଛି ।

Comments are closed.