Latest Odisha News

BREAKING NEWS

ଘାଟିରେ ଧସିଲା ମାଟି ଅତଡା, ଯାତାୟାତ ବାଧାପ୍ରାପ୍ତ

ଜୟପୁର: ଆନ୍ଧ୍ର-ଓଡିଶା ସୀମା ନିକଟବର୍ତ୍ତୀ ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସିଯାଇଥିବାରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି ।

ଯାହାଫଳରେ ୨୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ନିକଟରେ ଶହଶହ ସଂଖ୍ୟାରେ ଗାଡିଗୁଡି ଅଟକି ରହିଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଲୁର ଘାଟିରେ ଏହି ଅଘଟଣ ଘଟିଥିବା ବେଳେ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ସମସ୍ତ ଯାନବାହାନ ଗୁଡିକ ସାଲୁର ଘାଟିଠାରେ ଅଟକି ରହିଥିଲା ।

ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନଏଚଏଆଇ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫେଇ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.