Latest Odisha News

BREAKING NEWS

ଓଲଟି ପଡିଲା ଡଙ୍ଗା, ନଦୀରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ପାଟନା: ବିହାରରେ ଦରଧା ନଦୀପାର ହେଉଥିବା ବେଳେ ପାଟଳିପୁତ୍ର ଲୋକସଭା ଆସନର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବଙ୍କ ଡଙ୍ଗା ହଠାତ୍ ଓଲଟି ପଡିବାରୁ ସେ ପାଣିରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ନଦୀରେ ଡଙ୍ଗାଟି ଅଚାନକ ଓଲଟି ପଡିବାରୁ ସେଠାରେ ଉପସ୍ଥିତ ଲୋକମାନେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ ।

ମିଳିଥିବା ସୂଚନାନୁଯାୟୀ ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଥିବା ବେଳେ ନିଜ ନିର୍ବାଚନମଣ୍ଡଳୀର ସ୍ଥିତି ତଦାରଖ କରିବା ଲାଗି ରାମକ୍ରିପାଲ ନିଜ ସମର୍ଥକଙ୍କ ସହ ଟାୟାରରେ ନିର୍ମିତ ଏକ ଡଙ୍ଗାରେ ନଦୀ ପାର ହୋଇଥିଲେ ।

ତେବେ ଦରଧା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଯୋଗୁଁ କୌଣସି କାରଣବଶତଃ କୂଳରେ ଲାଗିବା ପୂର୍ବରୁ ଡଙ୍ଗାଟି ହଠାତ୍ ଓଲଟି ପଡିଥିଲା ।

ତେବେ ସାଂସଦ ପାଣିରେ ବୁଡି ଯାଉଥିବା ବେଳେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

Leave A Reply

Your email address will not be published.