Latest Odisha News

BREAKING NEWS

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀର ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏହା ସଫଳ ହୋଇଛି ଭୁବନେଶ୍ୱରର ସମ୍ ହସ୍ପିଟାଲରେ ।

ପୂର୍ବରୁ କଟକ ଏସିବି ମେଡିକାଲରେ ଏହି ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ହେଲେ ଟ୍ରାନ୍ସପ୍ଲାଣ୍ଟର ୧୦ ଦିନ ପରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । କିନ୍ତୁ ଏଥର ରୋଗୀ ପୁରା ସୁସ୍ଥ ଥିବା ଡାକ୍ତର କହିଛନ୍ତି । ବହୁଦିନ ଧରି ଜଣେ ୫୧ ବର୍ଷୀୟା ମହିଳା ବ୍ଲଡ୍ କ୍ୟାନସରରେ ପୀଡ଼ିତ ଥିଲେ ତାଙ୍କ ଠାରେ ଏବେ ତାଙ୍କ ୨୧ ବର୍ଷୀୟା ଝିଅର ବୋନ୍ ମ୍ୟାରୋ ଷ୍ଟେମ ସେଲ୍ ପ୍ରତିରୋପଣ ହୋଇଛି । ଏହା ଅଧା ମ୍ୟାଚ୍ କରୁଥିବାରୁ ଅଧିକ ବିପଦ ଥିଲା କିନ୍ତୁ ହାଫଲୋ ପଦ୍ଧତିର ସହାୟତା ନେଇଥିଲେ ଡାକ୍ତର ।ଏହି ଟ୍ରାନ୍ସପ୍ଲାଣ୍ଟର ୪୫ ଦିନ ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.