ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ବେଲ ବଟମରେ ଟ୍ରେଲର୍ ଏଇ କିଛିଦିନ ତଳେ ରିଲିଜ ହୋଇଥିଲା। ଟ୍ରେଲର୍କୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଏଥିରେ ସବୁଠୁ ଚମତ୍କାର ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଲାରା ଦତ୍ତ। ଏଥିରେ ଲାରା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଫିଲ୍ମରେ ଲାରା ରୂପାନ୍ତରଣ ଅବିଶ୍ବସନୀୟ ଥିଲା।
କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀ ଲାରା ଦତ୍ତଙ୍କ ପିତା ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପାଇଲଟ୍ ଥିଲେ। ଲାରା କହିଛନ୍ତି ଯେ ତାଙ୍କ ପାଇଁ ସବୁଠାରୁ ବଡ ଆଶ୍ବସ୍ତିକର ଥିଲା ଯେ ତାଙ୍କ ପିତା ଶ୍ରୀମତୀ ଗାନ୍ଧୀଙ୍କ ଚରିତ୍ରକୁ ଅନୁମୋଦନ କରିଥିଲେ।
“ମୋ ପାଇଁ ସବୁଠାରୁ ବଡ ପ୍ରଶଂସା, ମୋ ବାପାଙ୍କଠାରୁ ଆସିଛି କାରଣ ସେ ବାୟୁସେନାରେ ଥିବାବେଳେ ଶ୍ରୀମତୀ ଗାନ୍ଧୀଙ୍କ ବ୍ୟକ୍ତିଗତ ପାଇଲଟ୍ ଥିଲେ। ସେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିଲେ। ଟ୍ରେଲର୍ ରିଲିଜ୍ ହେବା ପରେ ସେ ମୋର ଲୁକ୍ ଦେଖିଥିଲେ ଏବଂ ତାଙ୍କ ପ୍ରତିକ୍ରିୟା ଦେଖି ମୁଁ ବହୁତ ଖୁସି ବୋଲି ଲାରା ସେୟାର କରିଥିଲେ।
Comments are closed.