ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ତୁମରେଲ ଜଙ୍ଗଲରେ ଯବାନଙ୍କ କୋମ୍ବିଂ ଅପରେସନ ବେଳେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରେ ଚାଲିଥିଲା ଇଆଇଡି ତିଆରି କାରଖାନା। ଯାହାକୁ ଠାବ କରିବାରେ ସଫଳ ହୋଇଛି ପୋଲିସ।
ସୂଚନା ଅନୁସାରେ ମାଟି ତଳେ ମାଓବାଦୀ ଲୁଚାଇ ରଖିଥିଲେ ଇଆଇଡି ତିଆରି ସରଞ୍ଜାମ ଏବଂ ବିସ୍ପୋରକ। ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ୧୦ କୁଇଣ୍ଟାଲ ୟୁରିଆ, ଇଆଇଡି ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ, ଡିଟୋନେଟର ଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ମିଳିଛି। ମାଓ ବିସ୍ପୋରକ ସାମଗ୍ରୀ ଜବତ ପରେ ସୁରକ୍ଷିତ ଭାବେ ତାକୁ ନଷ୍ଟ କରାଯାଇଛି। ଏହି ଘଟଣା ପରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି।
ସୂଚନା ଥାଉକି ଲଗାତାର ଛତିଶଗଡ଼ ପୋଲିସକୁ ମାଓ ବିରୋଧୀ ଅଭିଯାନ ସଫଳ ମିଳିଛି। କୋମ୍ବିଂ ଅପରେସନ ସହ ଏନକାଉଣ୍ଟର ମଧ୍ୟ ଲଗାତାର ଜାରି ରହିଛି। ଏନକାଉଣ୍ଟର ଭୟରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି। ଗତ କିଛି ଦିନ ହେବ ଲଗାତାର ପୋଲିସ ନିକଟରେ ୪୦ ରୁ ଉର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଚାଲିଛନ୍ତି।
Comments are closed.