Latest Odisha News

BREAKING NEWS

କରୋନା କଟକଣାକୁ ଫୁ’: ରାଉରକେଲାରେ ଶବ ଶୋଭାଯାତ୍ରା, ଭିଡିଓ ଭାଇରାଲ

ରଉରକେଲା: କରୋନା କଟକଣାକୁ ଫୁ’ । ଚୁଲିକୁ ଗଲା ସାମାଜିକ ଦୂରତା । ୬ ଫୁଟ ଦୂରତା କ’ଣ ୬ ଇଂଚ ବି ରହିଲାନି । ହଜାର ହଜାର ଲୋକ ଏକାଠି ହୋଇ ବାହାରିଲେ ଶୋଭାଯାତ୍ରାରେ । ରାସ୍ତା ଉପରେ ଦେଖିବାକୁ ମିଳିଲା ଜନସମୁଦ୍ର । ରାଉରକେଲାର ଏହି ଦୃଶ୍ୟ ଏବେ ଜାତୀୟ ଗଣମାଧ୍ୟମର ହେଡ୍ ଲାଇନ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓଡ଼ିଶାକୁ ନିନ୍ଦା ଆଣିଥିବା ଏହି ଭିଡିଓ ।

ରାଉରକେଲାରେ ଖୁଲମ ଖୁଲା ପୋଲିସକୁ ଚ୍ୟାଲେଂଜ ଦେଇ ଶୋଭାଯାତ୍ରା । ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି ଜନସମୁଦ୍ର । ଗତ ୭ ତାରିଖରେ ଜଣେ ଯୁବକର ହତ୍ୟା ଘଟଣା ପରେ ସେହି ଅଂଚଳର ଲୋକେ ବାହାରକୁ ବାହାରିଆସିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ପୋଲିସକୁ ଚ୍ୟାଲେଂଜ ଦେଇ ସାମାଜିକ ଦୂରତା ମାନି ନଥିଲେ ଲୋକେ । ଏପରିକି କାହାରି ମୁହଁରେ ମାସ୍କ ମଧ୍ୟ ନଥିଲା ।

କରୋନା ପାଇଁ ଶବ ସଂସ୍କାର ବେଳେ ମାତ୍ର ୨୦ ଜଣ ସାମିଲ ହେବାକୁ ସରକାରଙ୍କ ନିୟମ ରାହିଛି । ତେବେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଏପରିକି ପୋଲିସ ଥାନା ସାମ୍ନା ଦେଇ ଶୋଭାଯାତ୍ରା ଯାଇଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । ପ୍ରଶ୍ନ ଉଠୁଛି ଶୋଭାଯାତ୍ରା ବାହାର କରିବାକୁ ପୁର୍ବରୁ ପୋଲିସର ଅନୁମତି ନିଆଯାଇ ନଥିଲା କି? ସେପଟେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରତିବାଦରେ ଏଭଳି ଶୋଭଯାତ୍ରା କେତେ ଯୁକ୍ତିଯୁକ୍ତ ।

Leave A Reply

Your email address will not be published.