Latest Odisha News

BREAKING NEWS

Brownsugar Seized: ପୃଥକ ସ୍ଥାନରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ, ୩ ଗିରଫ

ଜଗତସିଂହପୁର/ଭୁବନେଶ୍ବର: ଓଡିଶାକୁ ନିଶାମୁକ୍ତ ରାଜ୍ୟ କରିବାକୁ ଜୋରଦାର ଅଭିଯାନ ଚାଲିଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ମାଦକ ଦ୍ରବ୍ୟ ଜବତ ହେଉଥିବାବେଳେ, ଅନେକ ନିଶାଡି ଗିରଫ ହେଉଛନ୍ତି । ଏହାରି ଭିତରେ ଆଜି ରାଜ୍ୟର ଦୁଇଟି ସ୍ଥାନରୁ ବହୁ ମାତ୍ରାରେ ବ୍ରାଉନସୁଗାର ଜବତ ହୋଇଛି ।

ତେବେ ଭୁବନେଶ୍ବର ଉପକଣ୍ଠ ଧଉଳି ଶାନ୍ତିସ୍ତୁପ ନିକଟରୁ ୨୬୪ ଗ୍ରାମର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ପ୍ରଦୀପ କୁମାର ପାତ୍ର ଏବଂ ମହମଦ ସହନୱାଜ ହୁସେନ । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଅନ୍ୟପଟେ, ଜଗତସିଂହପୁର ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଜାହାନପୁର ଗ୍ରାମରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାରେ ବ୍ରାଉନ୍‌ସୁଗାର ବେପାରୀ ପ୍ରଶାନ୍ତ କୁମାର ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଯାହାନପୁର ଗ୍ରାମରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ପ୍ରଶାନ୍ତ କୁମାର ସ୍ବାଇଁ ଠାରୁ ବ୍ରାଉନସୁଗାର ଜବତ ହୋଇଥିଲା ।

Comments are closed.