Latest Odisha News

BREAKING NEWS

ଆଜି କାର୍ତ୍ତିକ ମାସର ଶେଷ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  । କାର୍ତ୍ତିକ ମାସ ସୋମବାରରେ  ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବର ଙ୍କୁ ଦର୍ଶନ କରୁଛନ୍ତି। ରାତି ୪ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା ।  ପରେ ୧୦୮  ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା। ନୂଆ କଂକ୍ରିଟ ସେତୁ ଦେଇ ଶ୍ରଦ୍ଧାଳୁ ମାନେ ପୀଠକୁ  ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.