Latest Odisha News

BREAKING NEWS

ଏହି ଫଳ ଥାଇରଏଡ୍ ଓ ବ୍ଲଡପ୍ରେସର୍ ପାଇଁ ରାମବାଣ

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇଥାଉ  । ଆପଣମାନେ ଜାଣିଛନ୍ତି କି ବଜାରରେ ମିଳୁଥିବା ଡ୍ରାଗନ୍ ଫଳ ଆମ ଶରୀର ପାଇଁ କେତେ ଉପଯୋଗୀ । ବଜାରରେ ଡ୍ରାଗନ୍ ଫଳର ଚାହିଦା ଯେମିତି, ଏହାର ରେଟ୍ ମଧ୍ୟ ସେମିତି  ।  ଏହା ସାଧାରଣତଃ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି ହୁଏ । ଏହାର ବିଶେଷତ୍ବ ହେଉଛି ଏହା ସବୁ ଋତୁରେ ଫଳିଥାଏ  ।

ଡ୍ରାଗନ୍ ଫଳରେ ଭରପୁର ପୁଷ୍ଟିକର ତତ୍ତ୍ଵ ରହିଥାଏ  । ଏଥିରୁ ଅନେକ ପ୍ରକାରର ଭିଟାମିନ୍ ମିଳିଥାଏ । ଏହି ଫଳ ମଧୁମେହ ଏବଂ କର୍କଟ ଭଳି ରୋଗର ସମ୍ଭାବନାକୁ ହ୍ରାସ କରିଥାଏ । ଏହା ବ୍ୟତୀତ ଏହା ଇମ୍ୟୁନିଟି ବଢାଇବାରେ ମଧ୍ୟ ସାହାଯ୍ୟ କରେ ।  ଏହି ଫଳ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରେ ରହିଥାଏ । କେଶ ଝଡ଼ିବା ରୋକିବା ସହିତ ଏହା ତ୍ଵଚାକୁ ସୁନ୍ଦର କରିଥାଏ  । ଏବଂ ଥାଇରଡକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Leave A Reply

Your email address will not be published.