Latest Odisha News

BREAKING NEWS

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ତିନି ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର : ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ବିତୀୟ ମୟୁରଭଞ୍ଜ ଗସ୍ତ । ଆଜି  ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ବାରିପଦାରେ ପହଞ୍ଚିବେ । ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଯାତ୍ରା କରିବେ ରାଷ୍ଟ୍ରପତି । ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବାରିପଦାରେ ସହିଦ ସ୍ମୁତି ଭବନରେ ହେବାକୁ ଥିବା ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘ ସମ୍ମିଳନୀରେ ଯୋଗଦେବେ ।

ପରେ ବାରିପଦାରେ ମଧ୍ୟାହ୍ନ ଭୋଜନ ପରେ କୁଳିଅଣା ବ୍ଳକ ବର୍ତ୍ତନାରେ ଦିନ ୨ଟା ୩୫ ମିନିଟରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ  କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୩ଟା ୧୫ରେ ରାଇରଙ୍ଗପୁର ଅଭିଭୁଖେ ବାହାରିବେ ରାଷ୍ଟ୍ରପତି । ରାଇରଙ୍ଗପୁରରେ ଥିବା ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରିଯାପନ କରିବେ । ରାଷ୍ଟପତିଙ୍କ ଗସ୍ତକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.