Latest Odisha News

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ୩ ରଥର ଅଖ ସହ ଚକ ଡେରା ନୀତି ସମ୍ପାଦିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳା ଚଳଚଞ୍ଚଳ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ଯାତ୍ରା । ଏହି ଅବସରରେ ତିନିଟ ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ । ଶ୍ରୀମନ୍ଦିରରରେ ସକାଳ ଧୂପ ପରେ ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାରେ ପହଞ୍ଚିବେ ।

ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କ ସହଯୋଗରେ ଅଖ, ଚକ ଡେରା କାର୍ୟ୍ୟ ସମ୍ପାଦିତ ହେବ । ରଥଖଳାରେ ଜୋରସୋରରେ ଚାଲିଛି କାମ । ୪୨ଟିରୁ ୧୮ଟି ଚକ କାମ ସରିଛି । ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ଚୁମ୍ୱରେ ଅର ଓ ପଇ ସଂଯୋଗ କରାଯାଉଛି ।

ଆଜି ଭଉଁରୀ ପାଇଁ ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି । ମୋଟ୍ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଚନ୍ଦନଯାତ୍ରାଠାରୁ ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଛି ।

Leave A Reply

Your email address will not be published.