Latest Odisha News

BREAKING NEWS

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ମୋଟ ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଦେଶସାରା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣକୁ ରାହୁଗ୍ରସ୍ତ କୁହାଯାଏ । ଗ୍ରହଣ ସ୍ପର୍ଶ କରିବାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନ ଭୋଜନ, ପାକ କର୍ମ ଓ ଦେବ ନୀତି ନିଷେଧ ରହିଛି ।

ଏହାସହିତ ରହିଛି କାର୍ତ୍ତିକ ପୂର୍ଣ୍ଣିମା । ଚନ୍ଦ୍ରଗ୍ରହଣ ପାଇଁ ପୂଜା, ରୀତିନୀତିରେ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ପରିବର୍ତ୍ତେ ଆଜି ମନ୍ଦିର ଆଦିରେ ପୂଜାପାଠ କରାଯାଇଛି । ଭୋର ୫ଟା ପୂର୍ବରୁ ଡଙ୍ଗାଭସା ସମ୍ପନ୍ନ କରିବାକୁ ଜ୍ୟୋତିର୍ବିଦ ମତ ଦେଇଛନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆଜି ରାତି ୧୨ଟା ୧୦ ମିନିଟରୁ ଦ୍ୱାର ଫିଟାଯାଇ ନୀତିକାନ୍ତି ହେବ । ଏହାପରେ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ସମ୍ପନ୍ନ ହେବ । ତେବେ ଭକ୍ତ ଏହି ବେଶ ଦେଖିପାରିବେ କି ନାହିଁ, ତାହା ଅସ୍ପଷ୍ଟ ।

୩ ବର୍ଷ ପରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି ।  ଭାରତରେ ଆସନ୍ତା ଚନ୍ଦ୍ର ଗହଣ ୨୮ ଅକ୍ଟୋବରରେ ହେବ । ତେବେ ଏହା ଆଂଶିକ ଦୃଶ୍ୟମାନ ହେବ । ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ ।

Leave A Reply

Your email address will not be published.