Latest Odisha News

BREAKING NEWS

ରିଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର, ସେୟାର କଲେ ଫଟୋ

ମୁମ୍ବାଇ: ସୁରସମ୍ରାଜ୍ଞୀ ତଥା ମହାନ ଗାୟିକା ଲତା ମଙ୍ଗେସକର ରିଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମନେ ପକାଇ ସେ ରିଷିଙ୍କ ଏକ ପିଲା ଦିନର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଲତା ମଙ୍ଗେସକର ଦୁଇଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି, କ’ଣ କହିବି? କ’ଣ ଲେଖିବି କିଛି ବୁଝିପାରୁନି । ଋଷିଙ୍କ ମୃତ୍ୟୁରେ ମୁଁ ବେଶ୍ ଦୁଃଖିତ ବୋଲି ସେ କହିଛନ୍ତି । ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟ ଟ୍ୱିଟ୍‌ରେ ଲତା ରିଷି କପୁରଙ୍କ ପିଲା ଦିନର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଲତା ରିଷି କପୁରଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ସେୟାର କରି ଲତା ଲେଖିଛନ୍ତି ଯେ, କିଛି ଦିନ ତଳେ ଋଷି ତାଙ୍କର ଏବଂ ମୋର ଫଟୋ ସେୟାର କରିଥିଲେ। ସେହି ସବୁ ଦିନ,ସବୁ କଥା ମନେ ପଡ଼ୁଛି। ମୁଁ ଶବ୍ଦହୀନ ହୋଇଯାଇଛି।

ବୁଧବାର ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ ପରେ ବଲିଉଡ ଜଗତକୁ ଲାଗିଛି ଆଉ ଏକ ଝଟ୍‌କା । ଗୁରୁବାର ବର୍ଷିଆନ ଅଭିନେତା ରିଷି କପୁର ସମସ୍ତଙ୍କୁ ଠାରୁ ବିଦାୟ ନେଇଛନ୍ତି । ତାଙ୍କ ବିୟୋଗରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.