ମୁମ୍ବାଇ : ଆସିଲା ଗାୟିକା ଲତା ମଙ୍ଗେସକରଙ୍କ ହେଲଥ୍ ଅପଡେଟ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଭେଟେରାନ୍ ଗାଇକା ଲତା ଏବେ ଆଇସିୟୁରେ ଅଛନ୍ତି । ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଜାନୁଆରୀ ୮ ତାରିଖରେ ୯୨ ବର୍ଷୀୟ ଲତା କରୋନା ଆକ୍ରାନ୍ତ ହୋଇଥିଲେ । ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।
ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଡାକ୍ତର ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ଏବେ ମୁମ୍ବାଇ ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ହସ୍ପିଟାଲର ଡାକ୍ତର ପ୍ରତୀତ ସମଦାନ କହିଛନ୍ତି , ଆମେ ଡାକ୍ତରୀ ଟିମ୍ ଯଥା ସମ୍ଭବ ଚେଷ୍ଟା କରୁଛି ଲତାଙ୍କୁ ସୁସ୍ଥ କରିବା ପାଇଁ । ସମସ୍ତେ ଲତାଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ ବୋଲି ମଧ୍ୟ କହିଛନ୍ତି ।
Comments are closed.