Latest Odisha News

BREAKING NEWS

ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଯାଇଛି ୧.୨ ମିଲିୟନ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ଆଣ୍ଟିବାୟୋଟିକ୍- ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଅତି କମରେ ୧.୨ ମିଲିୟନ୍ ଲୋକଙ୍କର ମୃତ୍ୟୁ ଘଟିଛି।

୨୦୪ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। (AMR) ବା ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ ବର୍ତ୍ତମାନ ବିଶ୍ବ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି। ଏଚ୍.ଆଇ.ଭି. / ଏଡସ୍ କିମ୍ବା ମ୍ୟାଲେରିଆ ଅପେକ୍ଷା ଏଥିରେ ଅଧିକ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହାର ପ୍ରଭାବରେ, ଶ୍ବାସକ୍ରିୟା ଜନିତ ସମସ୍ୟା ଏବଂ ରକ୍ତ ପ୍ରବାହ ସଂକ୍ରମଣ ହେତୁ ହଜାର ହଜାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ରିପୋର୍ଟରେ AMR ର ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନକୁ ବଢାଇବା ପାଇଁ ଏକ ଜରୁରୀ ଆବଶ୍ୟକତା ଦର୍ଶାଯାଇଛି।

“ଏହି ନୂତନ ତଥ୍ୟ ବିଶ୍ବବ୍ୟାପୀ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧର ପ୍ରକୃତ ମାପକାଠିକୁ ପ୍ରକାଶ କରୁଛି। ପୂର୍ବ ଆକଳନ ଅନୁଯାୟୀ ୨୦୫୦ ସୁଦ୍ଧା ଆଣ୍ଟିମାଇକ୍ରୋବାୟଲ୍ ଦ୍ବାରା ବାର୍ଷିକ ୧୦ ନିୟୁତ ମୃତ୍ୟୁକୁ ହେବ ବୋଲି ଅନୁମାନ କରାଯାଇଥିଲା।

Comments are closed, but trackbacks and pingbacks are open.