Latest Odisha News

BREAKING NEWS

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।

ମୃତ ମହିଳା ପ୍ରମିଳା ପ୍ରଧାନ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ୨ ଛୁଆ ପୁନମ ଓ ଗୁଗୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ତିନି ତିନଜଣଙ୍କ ମୃତ୍ୟୁ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ନିଶାଗ୍ରସ୍ତ ଚାଳକଙ୍କୁ ଲୋକେ କାବୁ କରିଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

Leave A Reply

Your email address will not be published.