Latest Odisha News

ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିଲେ ଶେଷ ଚିଠି.. ଚିଠିରେ ସବୁ ସତ ଲେଖି ଯାଇଛନ୍ତି କି ଗୋବିନ୍ଦ ?

ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ  ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ତାଙ୍କର ଶେଷକଥା ଲେଖିଯାଇଛନ୍ତି । ତେବେ କ’ଣ ଲେଖିଥିବେ ଗୋବିନ୍ଦ ? ତାଙ୍କ ଆତ୍ମହତ୍ୟାର କାରଣ ଏଥିରେ ଜଣାଇ ଥିବେ କି ? ନା ମମିତା ମେହେର ହତ୍ୟାକାଣ୍ଡର ତଥ୍ୟ ଖୋଲି କହି ଦେଇଥିବେ ?  ଗୋବିନ୍ଦଙ୍କ ଜ୍ୟାକେଟ ପକେଟରୁ ବାହାରିଥିଲା ଏକ ମାଟିଆ ଖାମ  । ଏହି ଖାମ ୨ ପୃଷ୍ଠା ସମ୍ବଳିତ ଏକ ଚିଠି ତାଙ୍କ ଝିଅଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଜଣାଯାଇଛି । କଣ୍ଟାବାଞ୍ଜି ପୁଲିସ ଏନଭଲପଟିକୁ ଜବତ କରି ତାକୁ ସିଲ୍‌ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

ମମିତା ମେହର ହତ୍ୟାକାଣ୍ଡର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋବିନ୍ଦ ବେହେରା ଜେଲ ଝରକାରେ ଗାମୁଛା ବାନ୍ଧି ଆତ୍ମାହତ୍ୟା କରିଥିଲେ । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଯେଉଁଦିନ ତାଙ୍କର ଶୁଣାଣି ଥିଲା ସେହିଦିନ ସେ କାହିଁକି ଆତ୍ମହତ୍ୟା କଲେ ? ଏହାକୁ ନେଇ ବିରୋଧୀ ଶାସକ ଦଳକୁ ଘେରି ଯାଇଥିଲେ । ଏହା ଆତ୍ମହତ୍ୟା ନୁହେଁ, ସୁଚିନ୍ତିତ ହତ୍ୟା ବୋଲି କୁହାଯାଇଥିଲା । ପରେ ଶୁଣିବାକୁ ମିଳିଥିଲା, ଗୋବିନ୍ଦ ଜ୍ୟାକେଟରୁ ମିଳିଛି ଏକ ମାଟିଆ ଲଫାଫା । ମୃତ୍ୟୁ ପୂର୍ବରୁ ସେଥିରେ ସେ ଲେଖି ଯାଇଛନ୍ତି ସୁଇସାଇଡାଲ ନୋଟ । ଏହି ଚିଠିଟି ଝିଅ ଲିପିକା ସାହୁଙ୍କ ନାଁରେ ଲେଖା ଯାଇଛି  । ତେବେ ମାର୍ଫତରେ ପତ୍ନୀ ସୁଷମାଙ୍କ ନାଁ ରୖହିଥିବା ସୂଚନା ମିଳିଛି । ତେବ ଏହି ଚିଠି ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ନ ଥିବା ଜଣାଯାଇଛି ।

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଟ୍ଟଚମଟ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବାର ଇତିମଧ୍ୟରେ ୩ ଦିନ ହୋଇଗଲାଣି । ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଜେଲ୍ ଭିତରକୁ ଯାଇ ଘଟଣାର ଯାଞ୍ଚ କରିଥିଲେ। ତେବେ ତଦନ୍ତରୁ କି ତଥ୍ୟ ମିଳିଲା ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.