Latest Odisha News

BREAKING NEWS

ଗୋଟା ଫୁଲ କୋବି ମସଲା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ଗୋଟା ଫୁଲ କୋବି ମସଲା’

ଆବଶ୍ୟକୀୟ ଉପକରଣ:- ଗୋଟା ଫୁଲ କୋବି, ବଡ଼ ପିଆଜ (୨ଟା), ରସୁଣ ୮/୧୦ କୋଲା, ଅଦା /୨ ଇଞ୍ଚ, ଜିରା ପାଉଡର(୨ ଚାମଚ), ଧନିଆ ପାଉଡର(୨ ଚାମଚ), ଲଙ୍କା ଗୁଣ୍ଡ ୧ ଚାମଚ, ହଳଦୀ ଗୁଣ୍ଡ, ବଡ଼ ଟମାଟୋ, ଗୋଟା ଜିରା ଅଳ୍ପ, ୪/୫ ଚାମଚ ସୋରିଷ ତେଲ, ଆବଶ୍ୟକ ଅନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:-ପିଆଜ, ଅଦା, ରସୁଣ ଓ ଗୋଟା ଜିରା ଓ ଟମାଟୋ ସବୁ ଗ୍ରାଇଣ୍ଡ କରି ଦେବେ । କରେଇରେ ତେଲ ଗରମ କରିବେ । ତେଲ ତାତିଲେ ମସଲା ବଟା ପକାଇ କଷିବେ । ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଜିରା ପାଉଡର, ଧନିଆ ପାଉଡର ପକେଇଦେଇ କଷିବା । ମସଲା କଷି ହୋଇଗଲେ ତାକୁ କାଢି ଦେବା । ଗୋଟା କୋବିକୁ ଭଲ ଭାବେ ଧୋଇ, ମଝିରେ ଛୁରୀରେ କାଟି କଷା ମସଲା ପୁରାଇବା । ପ୍ରେସର କୁକ୍‌ରରେ ୨ ଚାମଚ ତେଲ ପକାଇ ଗୋଟା କୋବିକୁ ରଖିଦେବା । ପ୍ରେସର ସିମରେ ବସାଇଦେବା । ୧୫/୨୦ ମିନିଟ ପରେ ଗୋଟା କୋବି ମସଲା ପ୍ରସ୍ତୁତ ହୋଇଯିବ ଓ ୨ ଚାମଚ ଲେମ୍ବୁ ରସ ଓ ପିଆଜ ଗୋଲ ଗୋଲ କାଟି କୋବି ମସଲା ଉପରେ ପକାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗୋଟା କୋବି ମସଲା । ଭାତ କି ରୁଟି ସାଙ୍ଗରେ ଖାଇପାରିବା ।

Leave A Reply

Your email address will not be published.