ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ ଲାଭବାନ ହେଉଛନ୍ତି। କୃଷି ମନ୍ତ୍ରଣାଳୟର ମତରେ, ପିଏମ୍ କିସାନ୍ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୨୦ଟି କିସ୍ତିରେ ୧୧ କୋଟିରୁ ଅଧିକ କୃଷକ ପରିବାରକୁ ୩.୭୦ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି। ସରକାରଙ୍କ କହିବା ଅନୁଯାୟୀ, ଏହି ଅର୍ଥରୁ କୃଷକମାନେ ସାର, ବିହନ, ଔଷଧ ଆଦି ଚାଷ ସମ୍ପର୍କୀୟ ଖର୍ଚ୍ଚ ସମ୍ଭାଳିବାରେ ସହାୟତା ପାଇଛନ୍ତି ଏବଂ ଅନେକ ପରିବାର ଏଥିରୁ ଶିକ୍ଷା, ଚିକିତ୍ସା ଏବଂ ବିବାହ ଆଦି ଖର୍ଚ୍ଚ ମଧ୍ୟ କଭର କରିଛନ୍ତି।
କୃଷି ମନ୍ତ୍ରଣାଳୟ ବୟାନରେ ଜଣାଇଛି ଯେ ୧୯ ନଭେମ୍ବରରେ ହେବାକୁ ଥିବା ଏହି ଟ୍ରାନ୍ସଫର୍ ସମ୍ପୂର୍ଣ୍ଣ ପୋର୍ଟାଲ୍ ଆଧାରିତ ହେବ ଏବଂ କେବଳ ସେହି କୃଷକମାନଙ୍କୁ ଲାଭ ମିଳିବ ଯେଉଁମାନଙ୍କର ଜମି ରେକର୍ଡ ପିଏମ୍ କିସାନ୍ ପୋର୍ଟାଲ୍ ସହ ଲିଙ୍କ୍ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଆଧାର ନମ୍ବର ସହ ସିଡେଡ୍ ହୋଇଛି। ସରକାର ଗ୍ରାମ ସ୍ତରରେ ନିରନ୍ତର ବିଶେଷ ଅଭିଯାନ ଚଳାଉଛନ୍ତି ଯାହା ଦ୍ୱାରା ପ୍ରତ୍ୟେକ ପାତ୍ର କୃଷକଙ୍କୁ ଯୋଜନାରେ ସାମିଲ କରାଯାଇପାରିବ।
ଇଣ୍ଟରନ୍ୟାସନାଲ୍ ଫୁଡ୍ ଆଣ୍ଡ୍ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ୨୦୧୯ରେ ଏହି ଯୋଜନାର ପ୍ରଭାବର ଅଧ୍ୟୟନ କରିଥିଲା। ରିପୋର୍ଟ ଅନୁଯାୟୀ, ପିଏମ୍ କିସାନ୍ରୁ ମିଳୁଥିବା ଫଣ୍ଡ୍ ଗ୍ରାମାଞ୍ଚଳରେ ଆର୍ଥିକ ଗତିବିଧି ବଢ଼ାଇଛି, କୃଷକମାନଙ୍କର ଋଣ ସମସ୍ୟା କମାଇଛି ଏବଂ ଚାଷରେ ଆବଶ୍ୟକୀୟ ନିବେଶ ବଢ଼ାଇଛି। ସରକାରଙ୍କ ଦାବି ଯେ ଏହି ସହାୟତାରୁ ଛୋଟ ଏବଂ ସୀମାନ୍ତ କୃଷକମାନଙ୍କର ଆର୍ଥିକ ସ୍ଥିତିରେ ସ୍ଥିରତା ଆସିଛି।
BREAKING NEWS
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
- ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟ ୨୦୨୬: ମୋଟ ୪୭ ପଦକ ସହ ଭାରତ ଚାମ୍ପିଅନ୍, ଶ୍ରୀଲଙ୍କା ରନର୍ସ-ଅପ୍
- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର;ବଢିଲା ଦରମା,୧୦ରୁ ହେଲା…
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
- ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?
- ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…
- କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ
Comments are closed.