ଭୁବନେଶ୍ବର:ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ରଖିବା ସବୁଠୁ ଶୁଭଦାୟକ । ଲାଫିଙ୍ଗ୍ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଘରେ କେଉଁଠି ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଉଚିତ୍..
-ଏହି ମୂର୍ତ୍ତିକୁ କେବେବି ତଳେ ରଖିବେ ନାହିଁ, ଟିକେ ଉଚ୍ଚ ସ୍ଥାନରେ ରଖିବେ।
-ଆବଶ୍ୟକ କ୍ଷେତ୍ରରେ ଏହି ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ରଖିପାରିବେ, ଆଦୌ ଦକ୍ଷିଣ ଦିଗରେ ରଖିବେ ନାହିଁ।
– ପିଲାଙ୍କର ପଢ଼ାରେ ମନ ଲଗାଇବା ପାଇଁ ଷ୍ଟଡି ଟେବୁଲ ଉପରେ ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିଙ୍କୁ ରଖିପାରିବେ।
-ସେହିପରି ସ୍ବାମୀସ୍ତ୍ରୀ ଭିତରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ବେଡ୍ରୁମ୍ରେ ବି ଲାଫିଙ୍ଗ୍ ବୁଦ୍ଧଙ୍କୁ ରଖାଯାଇପାରିବେ।
– ଘରେ କେବେ ବି ୧୨ଇଞ୍ଚରୁ ଅଧିକ ଉଚ୍ଚର ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ରଖିବେ ନାହିଁ; ନଚେତ୍ ଏହା ଶୁଭଫଳ ପରିବର୍ତ୍ତେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏଥିସହ ରୋଷେଇଘର, ଡାଇନିଂ ଟେବୁଲ କିମ୍ବା ପାଇଖାନା ଘର ନିକଟରେ ଏହି ମୂର୍ତ୍ତିକୁ ରଖିବା ଆଦୌ ଠିକ୍ ନୁହେଁ ।