ନୂଆଦିଲ୍ଲୀ: ଭାରତୀୟ ବ୍ରାଣ୍ଡ ଲାଭା ଚଳିତ ବର୍ଷ ଶେଷ ହେବା ପୂର୍ବରୁ ବଜେଟ ଫ୍ରେଣ୍ତଲି 5G ସ୍ମାର୍ଟଫୋନ୍ ବଜାରକୁ ଆଣିଛି । ନୂଆ ସ୍ମାର୍ଟଫୋନ Lava Yuva2 5G ଭାରତରେ ଲଞ୍ଚ ହୋଇଛି । ଏଥିରେ 6.67 ଇଞ୍ଚର HD+ ଡିସପ୍ଲେ ସହ 90Hz ରିଫ୍ରେସ ରେଟ୍ ରହିଛି । ବିଶେଷ କଥା ଏହି ଫୋନ୍ ଦଶ ହଜାରରୁ କମ୍ ବଜେଟରେ ଆପଣଙ୍କୁ ମିଳିଯିବ ।
ଏହି ସ୍ମାର୍ଟଫୋନରେ ୟୁନିସକ୍ T760 ପ୍ରୋସେସର ରହିଛି । ବଜେଟ୍ ହିସାବରେ ଏହା ଏକ ଭଲପ୍ରୋସେସର ଫୋନ୍ । ଏଥିସହ 4GB RAM ଦିଆଯାଇଛି ଓ ଇଣ୍ଟରନାଲ ଷ୍ଟୋରେଜ 128GB ରହିଛି । SD କାର୍ଡ ବ୍ୟବହାର କରିବା ଲାଗି ଅପସନ ମଧ୍ୟ ରହିଛି, ଫଳରେ ଷ୍ଟୋରେଜକୁ 1TB ପର୍ଯ୍ୟନ୍ତ ବଢେଇ ପାରିବେ ।
ଡୁଆଲ ସିମ୍ ସପୋର୍ଟ କରୁଥିବା ଏହି ସ୍ମାର୍ଟଫୋନ୍ Android 14 ଉପରେ ଆଧାରିତ । ଏଥିରେ 50MP ମେନ୍ ବ୍ୟାକ୍ କ୍ୟାମେରା ସହ 2MP ସେକେଣ୍ତାରୀ ଲେନ୍ସ କ୍ୟାମେରା ଓ LED ଫ୍ଲାସ ସୁବିଧା ରହିଛି । ଏଥିସହ ଫୋନରେ 8MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିରେ 5000mAh ବ୍ୟାଟେରୀ ଦିଆଯାଇଛି, ଯାହାକି 18W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ସିକ୍ୟୁରିଟି ପାଇଁ ଫୋନରେ ସାଇଡମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି ।
3.5mm ଅଡିଓ ଜ୍ୟାକ୍, FM ରେଡିଓ, ଷ୍ଟେରିଓ ସ୍ପିକର୍ସ ଭଳି ଫିଚର ରହିଛି । ଏଥିରେ 5000mAh ବ୍ୟାଟେରୀ ଓ 18Wର ଫାଷ୍ଟ ଚାର୍ଜିଂକୁ ସପୋର୍ଟ ମଧ୍ୟ ରହିଛି ।
Comments are closed.