Latest Odisha News

BREAKING NEWS

ଡ୍ୟାମ୍‌ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ 

ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍‌ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ  ।  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍‌ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ଲୋକମାନେ ସମସ୍ତେ ଜାମୁନାଳି ଗାଁର ବୋଲି ଜଣାପଡ଼ିଛି । ଏମାନେ ନଦୀ କୂଳରେ ଭୋଜିଭାତ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଏମାନଙ୍କ ଭିତରେ ପ୍ରାୟ ୧୦ ଜଣ ଶିଶୁ ଓ ଯୁବକ ରହିଥିବା ଜଣାପଡିଛି।

ଖବର ପାଇ ରିଆମାଳ ଦମକଳ ବାହିନୀ ପହଞ୍ଚି ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଆଉ ୪ ଏବେ ବି ଫସି ରହିଛନ୍ତି । ଏନେଇ ସେମାନଙ୍କୁ ଉଦ୍ଧାର କରିବା ଉଦ୍ଯମ ଜାରି ରହିଛି।

Leave A Reply

Your email address will not be published.