Latest Odisha News

BREAKING NEWS

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଏପରି କହିଛି ବିଜେପି। ଏହାପରେ ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି। ଆଉ ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧୀ। ଭୁବନେଶ୍ୱରରେ ବିଜେପି ନେତାମାନେ ଏ ନେଇ କମିଶନରେଟ୍ ପୋଲିସ ଅଫିସ ଆଗରେ ଧାରଣାରେ ବସିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ସାଧାରଣ ଲୋକ ସୁରକ୍ଷା ଓ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟାରୁ ବଞ୍ଚାଇ ପାରୁନାହାନ୍ତି ତେବେ ସାଧାରଣ ଜନତାଙ୍କ ପାଖରେ କ’ଣ ସୁଯୋଗ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ନବୀନ ପଟ୍ଟନାୟକଙ୍କର କୌଣସି ନୈତିକତା ନାହିଁ। ଯଥାଶୀଘ୍ର ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ଦାବି କରିଛନ୍ତି।

ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, ଆଗକୁ ବିଜେପି ମଧ୍ୟ ଆନ୍ଦୋଳନକୁ ଆହୁରି ଜୋରଦାର କରିବ। ରାଜ୍ୟରେ ବଢ଼ୁଥିବା ଅରାଜକତା ପ୍ରତିବାଦରେ ସତ୍ୟାଗ୍ରହ କରିଛି ଦଳ। ତେବେ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ସଠିକ ଭାବେ ହେଉନଥିବା ଓ ହତ୍ୟା ପଛରେ ଥିବା ପ୍ରଭାବଶାଳୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଯୋଜନା କରାଯାଉଥିବା ବିଜେପି ଅଭିଯୋଗ କରିଛି। ଆଗକୁ ଆନ୍ଦୋଳନ ଜୋରସୋର ହେବ ବୋଲି ବିଜେପି କହିଛି।

 

 

 

 

 

Leave A Reply

Your email address will not be published.