Latest Odisha News

ଦେଶର ସବୁଠାରୁ ବଡ ଗୋଇନ୍ଦା ରବୀନ୍ଦ୍ରଙ୍କ ଉପର ଫିଲ୍ମ କରିବେ ଅନୁରାଗ

ମୁମ୍ବାଇ: ଅନୁରାଗ ବସୁ ଭାରତର ବଡ ଗୋଇନ୍ଦା ଭାବେ ପରିଚିତ ରବୀନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ରବୀନ୍ଦ୍ରଙ୍କ କ୍ୟାରିୟର ନେଇ ଅନୁରାଗ ବେଶ ପ୍ରଭାବିତ ହୋଇଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଅନେକ ସୁରକ୍ଷା ସମସ୍ୟାର ସମାଧାନ କରିଥିଲେ । ଗ୍ୟାଙ୍ଗଷ୍ଟାର ଓ ବର୍ଫି ପରି ଫିଲ୍ମ କରିଥିବା ଅନୁରାଗ ଏହି ଫିଲ୍ମର ନାମ ଦି ବ୍ଲାକ ଟାଇଗର ରଖାଯାଇଛି । ଅନୁରାଗ, ଆର.ବିବେକ, ଅଶ୍ୱୀନ ଶ୍ରୀବତ୍ସଗମ ଓ ଦିବ୍ୟା ଧମୀଜା ଏହାର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ ଅନୁରାଗ ନିର୍ଦ୍ଦେଶନା ଦେବେ । ରବୀନ୍ଦ୍ର ଭାରତ ଗୋଇନ୍ଦା ସଂସ୍ଥା ର’ ପାଇଁ କାମ କରୁଥିଲେ ।

ଏପରିକି ସେ ପାକିସ୍ତାନ ଆର୍ମିରେ ରହି ମଧ୍ୟ ଭାରତକୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲେ । ୧୯୮୩ରେ ତାଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଥିଲା । ସେଠାରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । ଜେଲରେ ସେ ଜୀବନ ହାରି ଦେଇଥିଲେ ମଧ୍ୟ ଭାରତ ନେଇ କୌଣସି ତଥ୍ୟା ପ୍ରଦାନ କରି ନ ଥିଲେ । ଖୁବ ଶୀଘ୍ର ଫିଲ୍ମର ଷ୍ଟାର କାଷ୍ଟ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.