Latest Odisha News

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, ଗଣମାଧ୍ୟମରେ ଯେଉଁ ତାରିଖ ଘୋଷଣା ହେଉଛି ତାହା ଗୁଜବ: ଆଇନମନ୍ତ୍ରୀ

ଭୁବନେଶ୍ୱର: ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣାକୁ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ। ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି, ଆଜି କାଲି ଭିତରେ ନିଷ୍ପତ୍ତି ହେବ। ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ଏକ ବୈଠକ ହେବ। ବୈଠକ ପରେ ତାରିଖ ଘୋଷଣା ହେବ। ବିଧିବଦ୍ଧ ବିଜ୍ଞପ୍ତି ବାହାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ। ଏହି ଗୁଜବକୁ ଲୋକେ ବିଶ୍ବାସ ନକରନ୍ତୁ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅପିଲ କରିଛନ୍ତିା

ସୂଚନାଯୋଗ୍ୟ ଯେ, ଆସନ୍ତା କିଛି ଦିନ ମଧ୍ୟରେ ଖୋଲିପାରେ ରତ୍ନଭଣ୍ଡାର । କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି । ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି । ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖ ଅପରାହ୍ଣ ୨ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ । ବୈଠକରେ ନିଷ୍ପତି ନିଆଯିବା ପରେ ରତ୍ନଭଣ୍ଡାର ଖୋଲିବା ସହ ଗଣତିମଣିତ କାମ ଆରମ୍ଭ ହୋଇପାରେ ।

Leave A Reply

Your email address will not be published.