Latest Odisha News

ରତ୍ନଭଣ୍ଡାର ୮ ତାରିଖରେ ଖୋଲିବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀକ୍ଷକ ଡିବି ଗରନାୟକ ସୂଚନା ଦେଇଛନ୍ତି। ହେଲେ ଏହି ନିଷ୍ପତ୍ତି ରାଜ୍ୟ ସରକାର ନେଇ ନାହାନ୍ତି। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଂଧ୍ଯାରେ ଏହା କହିଛନ୍ତି। ତେଣୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବ ନାହିଁ ବୋଲି ଏକ ପ୍ରକାର ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ତାରିଖ ଘୋଷଣା କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ବସିଥିବା ଛତିଶା ନିଯୋଗ ବୈଠକରେ ମଧ୍ୟ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନଥିବା ଜଣାପଡ଼ିଛି।

Comments are closed.