ଶ୍ରୀମନ୍ଦିରରେ ଅତ୍ୟନ୍ତ ଭିଡକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପୃଥ୍ବୀରାଜ, କହିଲେ ‘ଛୁଟି ଦିନ ପାଇଁ ଏତେ ଭିଡ ଥିଲା’
ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ସେଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ | ବର୍ତ୍ତମାନ ସ୍ଥିତି ଏମିତି ଯେ ଭିଡ ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇ ପଡିଛି | ପୂର୍ବ ଅପେକ୍ଷା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ | ଯାହାକୁ ନେଇ ଏବେ ପ୍ରଶ୍ନ ବି ଉଠିଲାଣି ଚାରିଦ୍ୱାର ଖୋଲାଯିବ କେତେ ଦୂର ଠିକ ?
ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ନୂଆ କରି ବଛା ହୋଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ବୈଠକ ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା । ହେଲେ ଏନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଶୃଙ୍ଖଳିତ ହେବ ପାଇଁ ସମସ୍ତ ବ୍ୟବସ୍ଥା ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ‘ଉଭୟ ଯାତ୍ରା ଓ ସମନ୍ବୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି’ । ‘ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହ ବୈଠକ ଅନୁଷ୍ଠିତ ହେବ |’
Comments are closed.