Latest Odisha News

ସମଗ୍ର ରାଜ୍ୟରୁ ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ମନ୍ତ୍ରୀ

ଭୁବନେଶ୍ବର: ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ । ଯେଉଁ ଯେଉଁ ସ୍ଥାନରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡ଼ିକ ଉପରେ ବିଭାଗ ବିଚାର କରିବ ବୋଲି ଆଜି ଗୃହରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ଥାନା ନିର୍ମାଣ ପାଇଁ ଏକ ପଲିସି ରହିଛି ଏବଂ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଥାଏ । ସେଗୁଡିକ ହେଲା, ଜନସଂଖ୍ୟା, କ୍ଷେତ୍ରଫଳ, ଆଇନଶୃଙ୍ଖଳା, ନକ୍ସଲ କାର୍ଯ୍ୟକଳାପ, ଅପରାଧୀ ପରିସଂଖ୍ୟାନ, ସହରୀକରଣ ଓ ଶିଳ୍ପାୟନ, ସାମ୍ପ୍ରଦାୟିକ ସମ୍ବେଦନଶୀଳତା, ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ତା ଭଳି ୮ ଗୋଟି ଆବଶ୍ୟକତା ରହିଛି । ଥାନା ଏବଂ ଫାଣ୍ଡି ପାଇଁ ଯଦି ଏଭଳି ପ୍ରସ୍ତାବ ଆସେ, ତେବେ ସେଠାରେ ଫାଣ୍ଡି ବା ଥାନା ନିର୍ମାଣ ପାଇଁ ଅନୁମତି ମିଳିଥାଏ ।

Comments are closed.