ଭୁବନେଶ୍ବର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଏବଂ ନାରୀଙ୍କ ପ୍ରତି ଅନ୍ୟାୟ ଉପରେ ରୋକ ଲଗାଇବା ସହ ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନେଇ ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୪ଟି କୋର୍ଟ ପ୍ରତିଷ୍ଠା ହେବ । ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା ସମ୍ବନ୍ଧୀୟ ପ୍ରସ୍ତାବ ଖୁବ୍ଶୀଘ୍ର ଓଡ଼ିଶା ହାଇକୋର୍ଟକୁ ପଠାଯିବ । ଏଥିରେ ମହିଳା ବିଚାରପତି ଏବଂ ସରକାରୀ ଓକିଲ ରହିବେ । ଏହି ୪ଟି କୋର୍ଟ କେବଳ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ବିଚାର କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
Comments are closed.