Latest Odisha News

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ପ୍ରସ୍ତୁତ ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ପରେ ଏହାର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେହିପରି ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୁଭଦ୍ରା ଯୋଜନାକୁ ନେଇ ମିଛ ଖବର ଦେଇ ଲୋକଙ୍କୁ ଭ୍ରମିତ ନକରିବାକୁ କହିଥିଲେ । ସେ ଆହୁରି କହିଥିଲେ ସୁଭଦ୍ରା ଯୋଜନା ଏବେ ଡ୍ରାଫ୍ଟରେ ଅଛି । ତେଣୁ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

ନିର୍ବାଚନ ସମୟରେ ଘୋଷଣାପତ୍ରରେ ଯାହା ପ୍ରତିଶୃତି ଦେଇଥିଲୁ ତାହା ନିଶ୍ଚିତ ପୁରା କରିବୁ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟ୍ ର ଆବଶ୍ୟକତା ରହିଛି, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

 

Leave A Reply

Your email address will not be published.