Latest Odisha News

BREAKING NEWS

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ପ୍ରିନ୍ସକୁ ତିହାର ଜେଲରେ ହତ୍ୟା

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ପ୍ରିନ୍ସ ତେବାଟିଆଙ୍କୁ ତିହାର ଜେଲରେ ହତ୍ୟା କରାଯାଇଛି । ୨୦୧୦ ପରଠାରୁ ସେ ଅନେକ ଅପରାଧ ଘଟାଇଥିଲା । ପ୍ରିନ୍ସ ନାମରେ ୧୬ଟି କେସ ବିଭିନ୍ନ ଥାନାରେ ରହିଛି । ୨୦୧୦ରେ ପୋଲିସ ଆମ୍ବେଡକା ଅଂଚଳର ଏକ ହତ୍ୟା କେସରେ ତାଙ୍କୁ ଗିରଫ କରିଥିଲା । ପ୍ରିନ୍ସ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଜାଲ କାଗଜପତ୍ର ଦେଇଥିଲା । ମାତ୍ର ତାର ଏ ଚାଲ ଫେଲ ମାରିଥିଲା । ଏହା ମଧ୍ୟରେ ସେ ଲରେନ୍ସ ସମ୍ପର୍କରେ ଆସିଥିଲା । ୨୦୧୯ରେ ନିଜ ବାହାଘର ନାମରେ ପାରୋଲରେ ଆସି ଫେରାର ହୋଇ ଯାଇଥିଲା ।

ପରେ ଅବଶ୍ୟ ସେ ପୁନର୍ବାର ଧରା ପଡିଥିଲା । ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ରୋହିତ ଚୌଧୁରୀଙ୍କ ସମେତ ଅନ୍ୟ କେତେଜଣଙ୍କ ସହ ତାର ଶତ୍ରୁତା ବୃଦ୍ଧି ପାଇଥିଲା । ତେବେ ଜେଲରେ ତାଙ୍କୁ କେଉଁ ଗୋଷ୍ଠୀ ହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.